ପ୍ରଥମ ବଂଶାବଳୀ 20 : 1 (ORV)
ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା । ମାତ୍ର ଦାଉଦ ଯିରୂଶାଲମରେ ରହିଲେ । ଏଥି ମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍ କଲା ।
ପ୍ରଥମ ବଂଶାବଳୀ 20 : 2 (ORV)
ପୁଣି ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ିନେଲେ, ଆଉ ଦେଖିଲେ ଯେ, ତାହା ଏକ ତାଳ; ପରିମିତ ସ୍ଵର୍ଣ୍ଣ ଓ ତହିଁର ବହୁମୂଲ୍ୟ ପ୍ରସ୍ତରମାନ ଥିଲା । ପୁଣି ତାହା ଦାଉଦଙ୍କର ମସ୍ତକରେ ଦିଆଗଲା; ଆଉ ସେ ସେହି ନଗରର ପ୍ରଚୁର ଲୁଟଦ୍ରବ୍ୟ ବାହାର କରି ଆଣିଲେ ।
ପ୍ରଥମ ବଂଶାବଳୀ 20 : 3 (ORV)
ଆହୁରି, ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି କରତ ଓ ଲୁହାର ମଇ ଓ କୁହ୍ରାଡ଼ି ଦ୍ଵାରା ଛେଦନ କଲେ । ଏହି ପ୍ରକାରେ ଦାଉଦ ଅମ୍ମୋନ-ସନ୍ତାନଗଣର ସମୁଦାୟ ନଗର ପ୍ରତି କଲେ । ଏଉତ୍ତାରେ ଦାଉଦ ଓ ସମସ୍ତ ଲୋକ ଯିରୂଶାଲମକୁ ଫେରି ଆସିଲେ ।
ପ୍ରଥମ ବଂଶାବଳୀ 20 : 4 (ORV)
ଏଥି ଉତ୍ତାରେ ଗେଷରରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ଲାଗିଲା; ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ-ବଂଶଜାତ ସଫକୁ ବଧ କଲା, ଏଥିରେ ସେମାନେ ପରାସ୍ତ ହେଲେ ।
ପ୍ରଥମ ବଂଶାବଳୀ 20 : 5 (ORV)
ଏଉତ୍ତାରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା, ତହିଁରେ ଯାୟୀରର ପୁତ୍ର ଇଲ୍ହାନନ୍ ତନ୍ତୀର ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲୀୟାତର ଭ୍ରାତା ଲହମିକି ବଧ କଲା ।
ପ୍ରଥମ ବଂଶାବଳୀ 20 : 6 (ORV)
ଏଉତ୍ତାରେ ପୁନର୍ବାର ଗାଥ୍ ନଗରରେ ଯୁଦ୍ଧ ହେଲା, ସେଠାରେ ଅତି ଦୀର୍ଘକାୟ; ପୁଣି ପ୍ରତି ହସ୍ତ ଓ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳିବିଶିଷ୍ଟ ଏକ ଜଣ ଥିଲା; ସେ ମଧ୍ୟ ଦୀର୍ଘକାୟ-ବଂଶଜାତ ।
ପ୍ରଥମ ବଂଶାବଳୀ 20 : 7 (ORV)
ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ, ଦାଉଦଙ୍କର ଭ୍ରାତା ଶିମୀୟିର ପୁତ୍ର ଯୋନାଥନ ତାହାକୁ ବଧ କଲା ।
ପ୍ରଥମ ବଂଶାବଳୀ 20 : 8 (ORV)
ଏମାନେ ଗାଥ୍ ନଗରରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ; ଏମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଦାସମାନଙ୍କ ହସ୍ତରେ ମାରା ପଡ଼ିଲେ ।

1 2 3 4 5 6 7 8

BG:

Opacity:

Color:


Size:


Font: